---Advertisement---

୨୦୪୭ ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ, ସବୁ ସମସ୍ୟା ଦୂର ହେବ’: ଜଳବନ୍ଦି ଗୁରୁଗ୍ରାମକୁ ନେଇ ହରିୟାଣା ସାଂସଦଙ୍କ ଉତ୍ତର

August 26, 2026 10:07 PM

୨୦୪୭ ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ, ସବୁ ସମସ୍ୟା ଦୂର ହେବ’: ଜଳବନ୍ଦି ଗୁରୁଗ୍ରାମକୁ ନେଇ ହରିୟାଣା ସାଂସଦଙ୍କ ଉତ୍ତର

ନୂଆଦିଲ୍ଲୀ: ମୌସୁମୀ ବର୍ଷାରେ ଗୁରୁଗ୍ରାମର ଅନେକ ରାସ୍ତା ଜଳମଗ୍ନ ହେବା ସହ ଯାତାୟାତ ବ୍ୟାହତ ହୋଇଥିବା ବେଳେ ଏହାକୁ ନେଇ ବିଜେପି ସାଂସଦଧରମବୀର ସିଂହଙ୍କ ଏକ ବୟାନ ଚର୍ଚ୍ଚାରେ ରହିଛି। ଗୁରୁଗ୍ରାମର ଜଳବନ୍ଦୀ ସମସ୍ୟା କେବେ ସମାଧାନ ହେବ ବୋଲି ପଚରାଯିବାରୁ ସେ ୨୦୪୭ର ମାଷ୍ଟରପ୍ଲାନ୍‌ ଆସିଲେ ସହରର ସମସ୍ତ ସମସ୍ୟା ଦୂର ହେବ ବୋଲି କହିଛନ୍ତି। ତାଙ୍କର ଏହି ମନ୍ତବ୍ୟ ମଙ୍ଗଳବାର ଏନ୍‌ଡିଟିଭି ସହ ଆଲୋଚନା ସମୟରେ ଆସିଥିଲା।

ଆହୁରି ପଢନ୍ତୁ : Earthquake: ସୀମାନ୍ତରେ ୪.୪ ତୀବ୍ରତା ଝଟକାରେ ଭାଙ୍ଗିଲା ବରଫ ପାହାଡ଼

ଭିୱାନି-ମହେନ୍ଦ୍ରଗଡ଼ ଲୋକସଭା ଆସନର ବିଜେପି ସାଂସଦ ଧରମବୀର ସିଂହ କହିଛନ୍ତି ଯେ, ଗୁରୁଗ୍ରାମର ବର୍ତ୍ତମାନର ଭିତ୍ତିଭୂମି ସମସ୍ୟା ପ୍ରାୟ ୬୦ ବର୍ଷ ପୁରୁଣା ଯୋଜନାର ପରିଣାମ। ସେତେବେଳେ ସହର ଏତେ ବଡ଼ ହେବ, ଏଠାରେ ଏତେ ଲୋକ, ଘର ଓ ଗାଡ଼ି ବଢ଼ିବ ବୋଲି ଯୋଜନାକାରୀମାନେ ଆକଳନ କରିନଥିଲେ ବୋଲି ସେ କହିଛନ୍ତି। ପୁରୁଣା ଜଳ ନିଷ୍କାସନ ବ୍ୟବସ୍ଥା ଉପରେ ନିର୍ମାଣ କାର୍ଯ୍ୟ ହେବାରୁ ଅନେକ ଡ୍ରେନ୍‌ ସଙ୍କୁଚିତ ହୋଇଯାଇଛି।

ଆହୁରି ପଢନ୍ତୁ : Jio: ୧୦ ବର୍ଷରେ ଡିଜିଟାଲ ପ୍ରଯୁକ୍ତି କମ୍ପାନିରେ ରୂପାନ୍ତରିତ ଜିଓ; ୬ଜି ଓ ଏଆଇ ଉପରେ ପ୍ରାଧାନ୍ୟ

ଏବେ ସେଗୁଡ଼ିକୁ ଆଉ ପ୍ରଶସ୍ତ କରିବା ସମ୍ଭବ ହେଉନାହିଁ ବୋଲି ଧରମବୀର କହିଛନ୍ତି। ଏହା ସହ ବର୍ତ୍ତମାନ ହଠାତ୍‌ ଅତି ପ୍ରବଳ ବର୍ଷା ହେଉଥିବାରୁ ଅଳ୍ପ ସମୟରେ ଅଧିକ ପାଣି ଜମିଯାଉଛି ଏବଂ ଏହା ନିଷ୍କାସିତ ହେବାକୁ ସମୟ ଲାଗୁଛି ବୋଲି ସେ କହିଛନ୍ତି। ଚଳିତ ମୌସୁମୀ ବର୍ଷାରେ ମଧ୍ୟ ଗୁରୁଗ୍ରାମର ବିଭିନ୍ନ ରାସ୍ତାରେ ପାଣି ଜମିବା ସହ ସ୍କୁଲ ବସ୍‌ଗୁଡ଼ିକ ଘଣ୍ଟା ଘଣ୍ଟା ଧରି ଫସି ରହିଥିଲା। ତେବେ ଏଥିପାଇଁ ସରକାର କିମ୍ବା ପ୍ରଶାସନକୁ ଦାୟୀ କରିନାହାନ୍ତି ଧରମବୀର। ସରକାର ନିଜ ସାମର୍ଥ୍ୟ ଅନୁସାରେ ପାଣି ନିଷ୍କାସନ ପାଇଁ କାମ କରୁଛନ୍ତି ବୋଲି ସେ କହିଛନ୍ତି।

ଆହୁରି ପଢନ୍ତୁ : Eid Milad-un-Nabi ଭଦ୍ରକରେ ମହମ୍ମଦ ଜୟନ୍ତୀ: ପରିକ୍ରମା କଲା ୮୪ ଚିତ୍ତାକର୍ଷକ ଜୁଲୁସ ଓ କାଫେଲା

ଗୁରୁଗ୍ରାମ ଲୋକସଭା ଆସନର ବିଜେପି ସାଂସଦ ରାଓ ଇନ୍ଦରଜିତ ସିଂହ ଏହି ସମସ୍ୟା ପାଇଁ ପୂର୍ବତନ କଂଗ୍ରେସ ସରକାରଙ୍କ ନୀତିକୁ ଦାୟୀ କରିଛନ୍ତି। ତାଙ୍କ କହିବା ଅନୁସାରେ, ପାହାଡ଼ରୁ ଯମୁନା ଆଡ଼କୁ ପାଣି ନେଇଯାଉଥିବା ପୁରୁଣା ପ୍ରାକୃତିକ ଜଳପଥ ଉପରେ ବିକାଶମୂଳକ ନିର୍ମାଣ ହେବାରୁ ବର୍ଷ ବର୍ଷ ଧରି ଜଳବନ୍ଦି ସମସ୍ୟା ରହିଛି। ଧରମବୀର ସିଂହ କହିଛନ୍ତି ଯେ, ଏବେ ଗୁରୁଗ୍ରାମର ଜଳବନ୍ଦି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପୁରୁଣା ଜଳପଥ ଦେଇ ଭୂତଳ ସୁଡ଼ଙ୍ଗ ନିର୍ମାଣ ହିଁ ଉପାୟ। ମେଟ୍ରୋ ପାଇଁ ନିର୍ମିତ ସୁଡ଼ଙ୍ଗ ଭଳି ଏହି ବ୍ୟବସ୍ଥା ମାଧ୍ୟମରେ ପାଣିକୁ ପୁରୁଣା ଜଳପଥରେ ପ୍ରବାହିତ କରାଯାଇପାରିବ। ବର୍ତ୍ତମାନର ବ୍ୟବସ୍ଥା କେବଳ ସାମୟିକ ସମାଧାନ ଏବଂ ସରକାର ଏଥିପାଇଁ ଆବଶ୍ୟକ ଅର୍ଥ ଯୋଗାଡ଼ କରୁଛନ୍ତି ବୋଲି ସେ କହିଛନ୍ତି।

Odia News Headlines

Odia News Headlines

official webpage

Join WhatsApp

Join Now

Join Telegram

Join Now

Leave a Comment