---Advertisement---

ବିଧାନସଭାରେ ଚେତାବନୀ ଦେଲେ ମୁଖ୍ୟମନ୍ତ୍ରୀ ବିଜୟ

September 7, 2026 3:05 PM

ବିଧାନସଭାରେ ଚେତାବନୀ ଦେଲେ ମୁଖ୍ୟମନ୍ତ୍ରୀ ବିଜୟ

ଚେନ୍ନାଇ: ତାମିଲନାଡୁ ବିଧାନସଭା ଅଧିବେଶନ ସମୟରେ ସୋମବାର ମୁଖ୍ୟମନ୍ତ୍ରୀ ଯୋଶେଫ ବିଜୟ ବିରୋଧୀ ଦଳଗୁଡ଼ିକ ଉପରେ ବର୍ଷିଛନ୍ତି। ବିଜୟ ବିଧାନସଭାରେ କହିଛନ୍ତି, ଲୋକମାନେ ଆନ୍ନା, ଏମଜିଆର, ଏନଟିଆର ଏବଂ ବର୍ତ୍ତମାନ ବିଜୟଙ୍କ ଭଳି ନେତାଙ୍କୁ ଜନାଦେଶ ଦେଇଛନ୍ତି। ମହିଳାମାନେ ମୋ ବିଜୟର ମୁଖ୍ୟ କାରଣ ଏବଂ ମୁଁ ସେମାନଙ୍କ ବିରୋଧରେ ଅପମାନଜନକ ଭାଷାକୁ ସହ୍ୟ କରିବି ନାହିଁ। ରାଜନୈତିକ ସମାଲୋଚନା ତୀବ୍ର ହୋଇପାରେ, କିନ୍ତୁ ମହିଳାଙ୍କ ବିରୋଧରେ କୌଣସି ଅପମାନଜନକ ମନ୍ତବ୍ୟ ଦେବା ଉଚିତ୍ ନୁହେଁ। ସେ ଡିଏମକେ ବିରୋଧରେ ଗମ୍ଭୀର ଅଭିଯୋଗ ଆଣି କହିଛନ୍ତି, ପୂର୍ବତନ ମନ୍ତ୍ରୀ ସେନ୍ଥିଲ ବାଲାଜୀ ଏବଂ ତାଙ୍କ ସହଯୋଗୀମାନେ ତାମିଲନାଡୁ ରାଜ୍ୟ ମାର୍କେଟିଂ ନିଗମ(ଟାସମାକ୍)ର ପ୍ରତ୍ୟେକ ଦୋକାନରୁ ୧୦ ରୁ ୧୦୦ ଟଙ୍କା ପର୍ଯ୍ୟନ୍ତ ବଟି ଆଦାୟ କରୁଥିଲେ। ସେମାନେ କରୁର ଗ୍ୟାଙ୍ଗ ଭାବରେ ଜଣାଶୁଣା ଥିଲେ। ସେମାନେ ଯୋଜନାବଦ୍ଧ ଭାବରେ ଦୁର୍ନୀତି କରୁଥିଲେ। ଡିଏମକେ ଯେଉଁଠାରେ ରହିବ ସେଠାରେ ଖରାପ ହେବା ନିଶ୍ଚିତ। ଡିଏମକେ ମୋତେ ୩ଟି ବିଭାଗର ଫାଇଲ ଖୋଲିବାକୁ ଚ୍ୟାଲେଞ୍ଜ କରିଛି। ମୁଁ ଏ ବିଷୟରେ କହିଥିଲି ଯେ ଡିଏମକେ ସରକାର ସମୟରେ ଏଥିରେ ଦୁର୍ନୀତି ହୋଇଥିଲା। ତଥାପି, ଏହା ପୂର୍ବରୁ ମୁଁ ୧୯୮୮ ମସିହାରେ ଗଠିତ ସରକାରିଆ କମିସନର ରିପୋର୍ଟ ପଢ଼ିବାକୁ ଚାହୁଁଛି, ଯାହା ଡିଏମକେ ସରକାରଙ୍କ ଦୁର୍ନୀତି ଉପରେ ଗଠିତ ହୋଇଥିଲା। 

ଡିଏମକେ ବିରୋଧରେ ଗମ୍ଭୀର ଅଭିଯୋଗ

କମିସନ ଅଭିଯୋଗ କରିଥିଲେ ​​ଯେ, ପୂର୍ବତନ ମୁଖ୍ୟମନ୍ତ୍ରୀ କରୁଣାନିଧି ମୁଖ୍ୟମନ୍ତ୍ରୀ ଭାବରେ ତାଙ୍କ ପଦବୀର ଅପବ୍ୟବହାର କରିଥିଲେ। ଇଡି ଏହା ମଧ୍ୟ ଅଭିଯୋଗ କରିଛି ଯେ, ଡିଏମକେ ଦଳୀୟ ପାଣ୍ଠି ମାଧ୍ୟମରେ ଦୁର୍ନୀତିରେ ଲିପ୍ତ ଥିଲା। ଇଡି କହିଛି ଯେ ପୂର୍ବ ସରକାରରେ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ, ଉପମୁଖ୍ୟମନ୍ତ୍ରୀ ଉଦୟନିଧି ଷ୍ଟାଲିନ ଏବଂ ମନ୍ତ୍ରୀ ସେନ୍ଥିଲ ବାଲାଜୀ ଦଳୀୟ ପାଣ୍ଠି ନାମରେ ଟଙ୍କା ସଂଗ୍ରହ କରିଥିଲେ। ମୁଖ୍ୟମନ୍ତ୍ରୀ ବିଜୟ କହିଛନ୍ତି ଯେ ଜଣେ ଡିଏମକେ ନେତା କହିଥିଲେ ଯେ ଯେଉଁମାନେ ତାଙ୍କୁ ଭୋଟ ଦେଇ ନାହାଁନ୍ତି ସେମାନେ ମରିବା ଉଚିତ୍। ଏମାନେ ସେହି ଲୋକ ଯେଉଁମାନେ ତାଙ୍କୁ ୫୦ ବର୍ଷ ଧରି ଭୋଟ ଦେଇ ଆସୁଥିଲେ। ଯଦି ଡିଏମକେ ଏପରି ମତ ରଖେ, ତେବେ ରାଜନୈତିକ ଦଳ ହୋଇ ରହିବାର କ୩ଣ ଅଧିକାର ଅଛି? ଡିଏମକେ ମଧ୍ୟ ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ଟାର୍ଗେଟ କରିଛି। ଡିଏମକେ ନେତା ଆରଏସ ଭାରତୀ କହିଛନ୍ତି, ମୁଖ୍ୟମନ୍ତ୍ରୀ ବିଜୟ ତାଙ୍କ ଚଳଚ୍ଚିତ୍ରରେ ଦର୍ଶକଙ୍କୁ ଖୁସି କରିବା ପାଇଁ ଯେଉଁଭଳି ଅଭିନୟ ପ୍ରଦର୍ଶନ କରୁଥିଲେ ଏବେ ବିଧାନସଭାରେ ସେହି ମନୋଭାବ ପ୍ରଦର୍ଶନ କରୁଛନ୍ତି। ସରକାରିଆ କମିସନ ମାମଲାର ସମୟରେ ତାଙ୍କର ଜନ୍ମ ମଧ୍ୟ ହୋଇନଥିଲା। ଏହି ଅଭିଯୋଗ ୧୯୭୨ ମସିହାରେ ଦାୟର କରାଯାଇଥିଲା। ସେବେଠାରୁ ୫୪ ବର୍ଷ ବିତିଗଲାଣି। ଜନସାଧାରଣ ଏହି ସମସ୍ତ ମାମଲାର ସମାଧାନ କରିଛନ୍ତି। ଆମେ ସେବେଠାରୁ ଚାରି ଥର କ୍ଷମତାରେ ରହିଛୁ। ବିଜୟ ତାଙ୍କ ଦର୍ଶକ ଏବଂ ଜନସାଧାରଣଙ୍କୁ ଠକିବାକୁ ଚାହୁଁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଠାରୁ ଏପରି ଶସ୍ତା, ଚିଡ଼ଚିଡ଼ା ଅଭିନୟ ଆଶା କରାଯାଉ ନଥିଲା। ତାମିଲନାଡୁ ପୂର୍ବରୁ ଏପରି ଦୃଶ୍ୟ କେବେ ଦେଖିନାହିଁ।

ଅଦୃଶ୍ୟ ଶକ୍ତିର ବଡ଼ ଖୁଲାସା!

Odia News Headlines

Odia News Headlines

official webpage

Join WhatsApp

Join Now

Join Telegram

Join Now

Leave a Comment