---Advertisement---

କଂଗ୍ରେସ ପକ୍ଷରୁ ଜନ ଅଧିକାର ସମାବେଶ

March 28, 2026 6:11 PM

କଂଗ୍ରେସ ପକ୍ଷରୁ ଜନ ଅଧିକାର ସମାବେଶ

ହାଟଡ଼ିହି (କିଶୋର ଆଚାର୍ଯ୍ୟ):କେନ୍ଦୁଝରଜିଲ୍ଲା ହାଟଡ଼ିହି ବ୍ଲକ ମରେଇଗାଁ ସ୍କୁଲ ପଡ଼ିଆ ଠାରେ କଂଗ୍ରେସ ପକ୍ଷରୁ ଜନ ଅଧିକାର ସମାବେଶ ଅନୁଷ୍ଠିତ ହୋଇ ଯାଇଛି। ରାଜ୍ୟରେ ଘଟୁଥିବା ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ନେଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଆନନ୍ଦପୁର ଏସ୍ଡ଼ିପିଓ କମଳ ପଣ୍ଡାଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। 

ଜିଲ୍ଲା କଂଗ୍ରେସ ସଭାପତି ମନୋଜ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ରାଜ୍ୟ ଉପସଭାପତି ଦେବାଶିଷ ପଟ୍ଟନାୟକ, ଏଆଇସିସି ସଦସ୍ୟ ମାନସ ଚୌଧୁରୀ, ମିଡ଼ିଆ ସେଲର ଉପସଭାପତି ଅମୀୟ ପାଣ୍ଡଵ, ବରିଷ୍ଠ କଂଗ୍ରେସ ନେତା ବିଭୁତି ମିଶ୍ର, ପୂର୍ବତନ ସାଂସଦ ଯଶୋବନ୍ତ ସିଂ ଲାଗୁରୀ, ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକ, ରାଜ୍ୟ ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର, ଜିଲ୍ଲା ଯୁବ କଂଗ୍ରେସ ସଭାପତି ସୋନେସ ଧୀର, ପୂର୍ବତନ ପିସିସି ସମ୍ପାଦକ ସଂଗ୍ରାମ ଦାସ, ପୂର୍ବତନ ସାଂସଦ ପ୍ରାର୍ଥୀ ବିନୋଦ ବିହାରୀ ନାୟକ, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶୁଭମ ରାଜ, ହାଟଡିହି ବ୍ଲକ କଂଗ୍ରେସ ସଭାପତି ରମେଶ ଚନ୍ଦ୍ର ବାରିକ, ଆନନ୍ଦପୁର ମୁନିସିପାଲିଟିର କଂଗ୍ରେସ ସଭାପତି ହାଡିବନ୍ଧୁ ଖୁଣ୍ଟିଆ, ଆନନ୍ଦପୁର ବ୍ଲକ କଂଗ୍ରେସ ସଭାପତି ସନ୍ତୋଷ ସାମଲ ପ୍ରମୁଖ ଯୋଗଦେଇ ରାଜ୍ୟର ବିପର୍ଯ୍ୟସ୍ଥ ଆଇନ ଶୃଙ୍ଖଳାକୁ ନେଇ ସରକାରଙ୍କ ଉପରେ ବାର୍ଷିଥିଲେ। 

WhatsApp Image 2026-03-28 at 17.59.47

ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କୁ ଦୁଇ ଦୁଇ ଥର ହତ୍ୟାଧମକ ଦିଆ ଯାଇଥିବା ବେଳେ ଅଭିଯୋଗ ପାଇ ବି ପୁଲିସ ଚୁପ ହୋଇଥିଲା। ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଯାଇ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଥିଲେ ବି ପ୍ରକୃତ ଅପରାଧୀ ଙ୍କୁ ଗିରଫ କରୁନି ବୋଲି ନେତାମାନେ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ୬ଜଣଙ୍କ ସମ୍ପୃକ୍ତି ଥିବା ସେମାନେ ଅଭିଯୋଗ କରୁଥିବା ବେଳେ ହତ୍ୟା ଧମକ ର ପ୍ରକୃତ ଷଡଯନ୍ତ୍ରକାରୀଙ୍କୁ ପୁଲିସ ସୁରକ୍ଷା ଦେଉଛି ବୋଲି ଅଭିଯୋଗ କରିଛନ୍ତି। ରାଜ୍ୟରେ ଏବେ ହତ୍ୟା, ଧର୍ଷଣ, ଲୁଟତରାଜ, ବଢ଼ି ବଢ଼ି ଚାଲିଥିବା ବେଳେ ବିଜେପି ସରକାର ଏସବୁକୁ ରୋକିବାରେ ବିଫଳ ହୋଇଛି। 

ଆହୁରି ପଢ଼ନ୍ତୁ: Politics: ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା, ନଚେତ୍‌ କଂଗ୍ରେସ ବିଧାୟକମାନେ ସରକାରକୁ ଫିଙ୍ଗିଦେବେ: ପିସିସି ସଭାପତି

କଂଗ୍ରେସ ଅଭିଯୋଗ ଆଣିଛି ଯେ, ସରକାରୀ ଦଳର ନେତାମାନଙ୍କ ଦ୍ୱାରା ରାଜ୍ୟରେ ଖଣି ଖାଦାନରୁ ବ୍ୟାପକ ହରିଲୁଟ ହେଉଛି। ବାରମ୍ବାର ଅଭିଯୋଗ ସତ୍ୱେ ଏଥିରେ ରୋକ ଲଗାଇବାକୁ ସରକାର ଅକ୍ଷମ ହୋଇଛନ୍ତି। ଯଦି ସରକାର ଏନେଇ କୌଣସି ପଦକ୍ଷେପ ନ ନିଅନ୍ତି ତେବେ ଆଗାମୀ ଦିନରେ କଂଗ୍ରେସ ସବୁ ବ୍ଲକରେ ଜନ ଅଧିକାର ସମାବେଶ କରିବ, ଦରକାର ପଡିଲେ ଭୁବନେଶ୍ୱରରେ ଆନ୍ଦୋଳନ କରିବାକୁ ପଛେଇବ ନାହିଁ ବୋଲି ମଞ୍ଚରେ ଉପସ୍ଥିତ ନେତାମାନେ ଚେତାବନୀ ଦେଇଥିଲେ। ପ୍ରବଳ ଖରା ସତ୍ୱେ ଏହି ଜନ ଅଧିକାର ସମାବେଶରେ ହଜାର ହଜାର କଂଗ୍ରେସ କର୍ମୀ ଯୋଗଦେଇଥିଲେ। ଏହି ସମାବେଶରେ ଅନ୍ୟ ମାନଙ୍କ ମଧ୍ୟରେ ପିସିସି ସଭ୍ୟ ଶ୍ରୀଧର ଦଳେଇ, ଅଲେଖ ମଲ୍ଲିକ, ନିତ୍ୟାନନ୍ଦ ସାମଲ, ଅମୁଲ ମହାନ୍ତ, ଗୌରହରୀ ନାୟକ, ପ୍ରଦୀପ ପ୍ରଧାନ, କୃଷ୍ଣ ଚନ୍ଦ୍ର ସାହୁ, ଅଭିନ୍ନ ପରିଡା, ଚିତ୍ତ ରଞ୍ଜନ ପାତ୍ର, ଚଣ୍ଡୀ ପାଣିଗ୍ରାହୀ, ରବୀନ୍ଦ୍ର ଜେନା, ଅମ୍ଲାନ ଜେନା, ବୁଲୁ ରାଉତ, ବିଶ୍ୱ ରଞ୍ଜନ ପାଣିଗ୍ରାହୀ, କିସାନ ସାହୁଙ୍କ ସମେତ ବହୁ କର୍ମକର୍ତ୍ତା ଯୋଗଦେଇଥିଲେ।

Odia News Headlines

Odia News Headlines

official webpage

Join WhatsApp

Join Now

Join Telegram

Join Now

Leave a Comment