---Advertisement---

ପ୍ରଚାର ଶେଷ ସମୟ ହୋଇଗଲା

April 10, 2026 8:38 PM

ପ୍ରଚାର ଶେଷ ସମୟ ହୋଇଗଲା

ଶିବଗଙ୍ଗା: ଟିଭିକେ (ତାମିଲଗା ଭେଟ୍ଟ୍ରି କାଝାଗମ) ସଭାପତି ବିଜୟଙ୍କର ଆଜି ତାମିଲନାଡ଼ୁର କରାଇକୁଡ଼ିରେ ଏକ ନିର୍ବାଚନ ରାଲି ଥିଲା। କିନ୍ତୁ ସଠିକ୍‌ ସମୟରେ ସେ ଉକ୍ତ ସ୍ଥାନରେ ପହଞ୍ଚିନପାରିବାରୁ ବିଜୟ ଭୋଟରମାନଙ୍କୁ ଉଦ୍‌ବୋଧନ ଦେଇପାରିନାହାନ୍ତି। ଉଲ୍ଲେଖଯୋଗ୍ୟ ଯେ ତାମିଲନାଡ଼ୁ ବିଧାନସଭା ନିର୍ବାଚନ ପାଇଁ ବିଜୟ ଏବେ ସକ୍ରିୟ ଭାବେ ପ୍ରଚାର କରୁଛନ୍ତି। 

ଚେନ୍ନାଇ, ତିରୁଚିରାପଲ୍ଲି, ତିରୁନେଲଭେଲି ଏବଂ ତୁଥୁକୁଡ଼ିରେ ସେ ନିର୍ବାଚନ ପ୍ରଚାର କରି ସାରିଛନ୍ତି। ଶୁକ୍ରବାର ସେ ଶିବଗଙ୍ଗା ଜିଲ୍ଲାର କରାଇକୁଡ଼ି ଯାଇଥିଲେ। ପୂର୍ବାହ୍ନ ପ୍ରାୟ ୯ଟା ସୁଦ୍ଧା ସେ ଏକ ଘରୋଇ ବିମାନ‌ରେ ମଦୁରାଇ ପହଞ୍ଚିଥିଲେ ଏବଂ ସେଠାରୁ ସେ ସଡ଼କ ପଥରେ କରାଇକୁଡ଼ି ଯାଇଥିଲେ। ମଦୁରାଇରୁ ସେ ସଡ଼କ ପଥରେ ଯାତ୍ରା କରିବା ସମୟରେ ରାସ୍ତାର ୨ କଡ଼ରେ ଦଳୀୟ କର୍ମୀମାନେ ଠିଆ ହୋଇ ତାଙ୍କୁ ସ୍ବାଗତ କରିଥିଲେ। ଯାତ୍ରା ସମୟରେ ସେ ତାଙ୍କ ପ୍ରଚାର ଗାଡ଼ିରୁ ଓହ୍ଲାଇ କିଛି ବାଟ ବାଇସାଇକେଲ୍‌ ଚଳାଇ ଯାଇଥିଲେ। କିନ୍ତୁ ପ୍ରବଳ ଭିଡ଼ ଯୋଗୁ ରାସ୍ତା ଜାମ୍‌ ଥିଲା ଏବଂ ବିଜୟ ବାଇସାଇକେଲ୍‌ ଉପରୁ ନିୟନ୍ତ୍ରଣ ହରାଇ ତଳେ ପଡ଼ି ଯାଇଥିଲେ। ଏହାପରେ ସେ ପୁଣି ତାଙ୍କ ପ୍ରଚାର ଗାଡ଼ିକୁ ଫେରିଥିଲେ। କିନ୍ତୁ ସମଗ୍ର ରାସ୍ତାରେ ଦଳୀୟ କର୍ମୀଙ୍କ ଗହଳି ଯୋଗୁ ତାଙ୍କ ଗାଡ଼ି ଆଗକୁ ଗଡ଼ି ନଥିଲା।

ଆହୁରି ପଢ଼ନ୍ତୁ: Puducherry: ପୁଡୁଚେରୀ ବିଧାନସଭା ନିର୍ବାଚନ: ଭୋଟରଙ୍କୁ ଆକର୍ଷିତ କରିବାକୁ ବିଜେପିର ଲୋଭନୀୟ ଘୋଷଣା

କରାଇକୁଡ଼ିରେ ପ୍ରବେଶ କରି ବି ବିଜୟଙ୍କ ଗାଡ଼ି ବୈଠକ ସ୍ଥଳ ନିକଟରେ ଠିକ୍‌ ସମୟ‌ରେ ପହଞ୍ଚି ପାରିନଥିଲା। ମଦୁରାଇରୁ କରାଇକୁଡ଼ିକୁ ଯାତ୍ରା ୯୦ ମିନିଟ୍‌ ଲାଗିଥାନ୍ତା। କିନ୍ତୁ ପ୍ରବଳ ଟ୍ରାଫିକ ଜାମ୍‌ ପାଇଁ ବିଜୟଙ୍କୁ ସେଠାରେ ପହଞ୍ଚିବାକୁ ୪ଘଣ୍ଟା ଲାଗି ଯାଇଥିଲା। ନିର୍ବାଚନ କମିସନ୍‌ କେବଳ ଅପରାହ୍ନ ୧୨ରୁ ୨.୩୦ ପର୍ଯ୍ୟନ୍ତ ସମୟ ଦେଇଥିଲେ। କିନ୍ତୁ ବିଜୟଙ୍କ ଗାଡ଼ି ୨.୪୫ ରେ ରାଲି ସ୍ଥଳରେ ପହଞ୍ଚିଥିଲା। ସମୟ ଗଡ଼ି ଯାଇଥିବାରୁ ବିଜୟ ରାଲି ସ୍ଥଳରୁ ଫେରି ଆସିଥିଲେ। ବିଜୟଙ୍କ କଥା ଶୁଣିବାପାଇଁ ଅପେକ୍ଷା କରି ରହିଥିବା ହଜାର ହଜାର ଲୋକ ଏଥିପାଇଁ ଦୁଃଖ ପ୍ରକାଶ କରିଥିଲେ।

Odia News Headlines

Odia News Headlines

official webpage

Join WhatsApp

Join Now

Join Telegram

Join Now

Leave a Comment