---Advertisement---

ଆପ୍‌ ଛାଡ଼ିଲେ ରାଘବ ଚଢ଼ା

April 24, 2026 4:00 PM

ଆପ୍‌ ଛାଡ଼ିଲେ ରାଘବ ଚଢ଼ା

ଚଣ୍ଡିଗଡ଼/ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି (ଆପ୍‌)ରେ ବଡ଼ ବିଭ୍ରାଟ ଦେଖାଯାଇଛି। ସାଂସଦ ରାଘବ ଚଢ଼ା ଆମ ଆଦମୀ ପାର୍ଟି ଛାଡ଼ିଛନ୍ତି। ସନ୍ଦୀପ ପାଠକ ଏବଂ ଅଶୋକ ମିତ୍ତଲଙ୍କ ସହିତ ସେ ମଧ୍ୟ ବିଜେପିରେ ସାମିଲ ହେବେ। ଏହି ତିନି ରାଜ୍ୟସଭା ସାଂସଦ ବିଜେପି ଶିବିରରେ ‌ଯୋଗଦେବା ନେଇ ସୁନିଶ୍ଚିତ ହୋଇଯାଇଛି। ରାଘବ ଚଢ଼ା କହିଛନ୍ତି, ଆମ ଆଦମୀ ପାର୍ଟି ଦେଶର ମଙ୍ଗଳ ପାଇଁ ନୁହେଁ, ନିଜର ବ୍ୟକ୍ତିଗତ ଲାଭ ପାଇଁ କାମ କରୁଛି। ଏହି ଦଳ ଦୁର୍ନୀତି ହଟାଇବା ନାମରେ ଗଠନ ହୋଇଥିଲା। କିନ୍ତୁ ଏବେ ମୂଳ ଲକ୍ଷ୍ୟ ଠାରୁ ଦୂରରେ ରହିଛି।  

ରାଘବ ଚଢ଼ା ଦାବି କରିଛନ୍ତି ଯେ, ଆମ ଆଦମୀ ପାର୍ଟିର ଦୁଇ ତୃତୀୟାଂଶ ସାସଂଦ ବିଜେପ‌ିରେ ସାମିଲ ହେବାକୁ ଯାଉଛନ୍ତି। ଆମ ଆଦମୀ ପାର୍ଟି ପାଇଁ ଝାଳ ଏବଂ ରକ୍ତ ଦେଇଛି। କିନ୍ତୁ ଏବେ ଘୋଷଣା କରୁଛି ଯେ, ଏବେ ପାର୍ଟି ଠାରୁ ଦୂରରେ ରହୁଛି। ମୁଁ ଦଳର ପ୍ରତିଷ୍ଠାତା ସଦସ୍ୟ ଥିଲି। ଏହି ଦଳକୁ ମୋଠାରୁ ଆଉ କେହି ଜାଣି ନଥିବେ। ଏବେ ଆମ ଆଦମୀ ପାର୍ଟି ଆଉ ପୂର୍ବ ନୀତି ଆଦର୍ଶରେ ନାହିଁ। ମୁଁ ଦଳ ଠାରୁ ଏକ ବର୍ଷ ହେଲା ଦୂରରେ ଥିଲି। କାରର ମୁଁ ପାପ ଭିତରେ ରହି ନଥିଲି। 

ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ ପଞ୍ଜାବ ସରକାରଙ୍କ ପକ୍ଷରୁ ଆମ୍ ଆଦମୀ ପାର୍ଟି (ଆପ୍)ର ପ୍ରମୁଖ ନେତା ତଥା ରାଜ୍ୟସଭା ସାଂସଦ ରାଘବ ଚଢ଼ାଙ୍କୁ ପ୍ରଦାନ କରାଯାଇଥିବା ସର୍ବୋଚ୍ଚ ‘Z+’ ବର୍ଗର ସୁରକ୍ଷା ବ୍ୟବସ୍ଥାକୁ ହଠାତ୍ ପ୍ରତ୍ୟାହାର କରି ନିଆଯାଇଥିଲା। ଦଳୀୟ ନେତୃତ୍ୱ ସହ ବଢୁଥିବା ଦୂରତା ଯୋଗୁଁ ଏହି ପଦକ୍ଷେପ ନିଆଯାଇଥିବା ଚର୍ଚ୍ଚା ହେଉଥିବା ବେଳେ ବର୍ତ୍ତମାନ ତାଙ୍କୁ କେନ୍ଦ୍ରୀୟ ସୁରକ୍ଷା ବଳୟ ପ୍ରଦାନ କରାଯାଇଛି।

ଆହୁରି ପଢ଼ନ୍ତୁ: AAP Raghav Chadha ନେତା ନାହାନ୍ତି, ଉପନେତା ନିଖୋଜ: ରାଜ୍ୟସଭାରେ ଆପ୍‌କୁ ରାଘବ ଚଢାଙ୍କ ସମାଲୋଚନା

ଏହି ସୁରକ୍ଷା କାଟ୍ ପଛରେ ଦଳୀୟ ଅସନ୍ତୋଷର ଏକ ଲମ୍ବା ତାଲିକା ରହିଛି। ଚଳିତ ମାସ ଆରମ୍ଭରେ ତାଙ୍କୁ ରାଜ୍ୟସଭାରେ ଦଳର ଉପ-ନେତା ପଦରୁ ହଟାଇ ଦିଆଯାଇଥିଲା। ସୌରଭ ଭରଦ୍ୱାଜଙ୍କ ଭଳି ବରିଷ୍ଠ ‘ଆପ୍’ ନେତାମାନେ ଅଭିଯୋଗ କରିଥିଲେ ଯେ, ଯେତେବେଳେ ଦଳର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଏବଂ ଅନ୍ୟ ଶୀର୍ଷ ନେତାମାନେ ଆଇନଗତ ସମସ୍ୟାର ସମ୍ମୁଖୀନ ହେଉଥିଲେ ସେହି ସମୟରେ ରାଘବ ଚଢ଼ା ଜାତୀୟ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ବିରୋଧରେ ଆବଶ୍ୟକୀୟ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିବାରେ ବିଫଳ ହୋଇଥିଲେ।

ଦଳର ଏହି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଏବଂ ସୁରକ୍ଷା ପ୍ରତ୍ୟାହାର ନିଷ୍ପତ୍ତି ପରେ ରାଘବ ଚଢ଼ା ଏବଂ ‘ଆପ୍’ ନେତୃତ୍ୱ ମଧ୍ୟରେ ଥିବା ମତଭେଦ ଏବେ ସର୍ବସାଧାରଣରେ ପ୍ରତିଫଳିତ ହୋଇଛି। ଗୋଟିଏ ପଟେ ଦଳ ତାଙ୍କର ନୀରବତାକୁ ନେଇ ପ୍ରଶ୍ନ ଉଠାଉଥିବା ବେଳେ ଅନ୍ୟପଟେ ସାଂସଦଙ୍କ ସୁରକ୍ଷା ଦାୟିତ୍ୱ କେନ୍ଦ୍ର ପକ୍ଷରୁ ନିଆଯିବା ରାଜନୈତିକ ମହଲରେ ଏକ ଭିନ୍ନ ସଙ୍କେତ ପ୍ରଦାନ କରୁଛି।

Odia News Headlines

Odia News Headlines

official webpage

Join WhatsApp

Join Now

Join Telegram

Join Now

Leave a Comment