---Advertisement---

Raghav Chadha joins BJP: ଆନୁଷ୍ଠାନିକ ଭାବେ ପଦ୍ମ ଧରିଲେ ରାଘବଙ୍କ ସମେତ ୭ ଆପ୍ ସାଂସଦ

April 24, 2026 6:55 PM

Raghav Chadha joins BJP: ଆନୁଷ୍ଠାନିକ ଭାବେ ପଦ୍ମ ଧରିଲେ ରାଘବଙ୍କ ସମେତ ୭ ଆପ୍ ସାଂସଦ

ନୂଆଦିଲ୍ଲୀ: ଦେଶର ରାଜନୈତିକ ପରିଦୃଶ୍ୟରେ ଶୁକ୍ରବାର ଏକ ଐତିହାସିକ ପରିବର୍ତ୍ତନ ଦେଖିବାକୁ ମିଳିଛି। ଆମ ଆଦମୀ ପାର୍ଟି (ଆପ୍‌)ର ବରିଷ୍ଠ ନେତା ରାଘବ ଚଢ଼ା, ଅଶୋକ ମିତ୍ତଲ ଓ ସନ୍ଦୀପ ପାଠକଙ୍କ ସମେତ ୭ ଜଣ ରାଜ୍ୟସଭା ସାଂସଦ ଆନୁଷ୍ଠାନିକ ଭାବେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି। 

ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ଦଳୀୟ ମୁଖ୍ୟ ନିତିନ ନବୀନଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପ୍ରକ୍ରିୟା ସମ୍ପନ୍ନ ହୋଇଛି। ଏହି ସାଂସଦମାନଙ୍କ ବ୍ୟତୀତ ପୂର୍ବତନ କ୍ରିକେଟର ହରଭଜନ ସିଂହ, ସ୍ୱାତି ମାଲିୱାଲ, ରାଜିନ୍ଦର ଗୁପ୍ତା ଓ ବିକ୍ରମ ସାହନୀ ମଧ୍ୟ ଆପ୍ ପରିତ୍ୟାଗ କରି ବିଜେପି ଶିବିରକୁ ଆସିଛନ୍ତି। ବିଜେପି ମୁଖ୍ୟାଳୟରେ ଆୟୋଜିତ ଭବ୍ୟ ସମ୍ବର୍ଦ୍ଧନା ସମାରୋହରେ ନିତିନ ନବୀନ ନୂତନ ସଦସ୍ୟମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିବା ସହ ଏହା ଦଳ ପାଇଁ ଏକ ବଡ଼ ସଫଳତା ବୋଲି କହିଛନ୍ତି।

ଆହୁରି ପଢ଼ନ୍ତୁ: Punjab: ପଞ୍ଜାବ ସହ ବିଶ୍ୱାସଘାତକତା କରିଛନ୍ତି ରାଘବ: ସଞ୍ଜୟ ସିଂହ

ରାଜନୈତିକ ମହଲରେ ଏହି ଘଟଣାକୁ ‘ସାମ୍ବାଧାନିକ ମିଶ୍ରଣ’ର ଆଖ୍ୟା ଦିଆଯାଉଛି। ସାମ୍ବାଦିକମାନଙ୍କୁ ସମ୍ବୋଧିତ କରି ରାଘବ ଚଢ଼ା କହିଛନ୍ତି ଯେ, ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ଯଦି କୌଣସି ଦଳର ଦୁଇ-ତୃତୀୟାଂଶ ସାଂସଦ ଅନ୍ୟ ଏକ ଦଳ ସହ ମିଶନ୍ତି, ତେବେ ତାହା ବୈଧ ବିବେଚିତ ହୁଏ। ଏହି ଆଧାରରେ ସାଂସଦମାନେ ରାଜ୍ୟସଭା ଅଧ୍ୟକ୍ଷ ସି.ପି. ରାଧାକୃଷ୍ଣନଙ୍କୁ ସମସ୍ତ ଆବଶ୍ୟକୀୟ ଦସ୍ତାବିଜ ସହ ଏକ ପତ୍ର ପ୍ରଦାନ କରିଛନ୍ତି। 

ସୂଚନାଯୋଗ୍ୟ ଯେ, ମାତ୍ର କିଛି ସପ୍ତାହ ପୂର୍ବରୁ ରାଘବ ଚଢ଼ାଙ୍କୁ ରାଜ୍ୟସଭାରେ ଆପର ଉପ-ନେତା ପଦରୁ ହଟାଇ ଅଶୋକ ମିତ୍ତଲଙ୍କୁ ସେହି ଦାୟିତ୍ୱ ଦିଆଯାଇଥିଲା। କିନ୍ତୁ ଆଜି ଉଭୟ ନେତା ଏକାଠି ବିଜେପିରେ ସାମିଲ ହୋଇ ଅରବିନ୍ଦ କେଜ୍ରିୱାଲଙ୍କ ଦଳ ପାଇଁ ଏକ ଶୋଚନୀୟ ସ୍ଥିତି ସୃଷ୍ଟି କରିଛନ୍ତି। ଏହି ସାଂଘାତିକ ଦଳବଦଳ ପରେ ରାଜ୍ୟସଭାରେ ଆମ ଆଦମୀ ପାର୍ଟିର ସ୍ଥିତି ଅତିଶୟ ଦୁର୍ବଳ ହୋଇଯାଇଛି। ପୂର୍ବରୁ ଦଳର ୧୦ ଜଣ ସାଂସଦ ରହିଥିବା ବେଳେ ଏବେ ୭ ଜଣ ବିଜେପିକୁ ଚାଲିଯିବା ପରେ ଉପର ସଦନରେ ମାତ୍ର ୩ ଜଣ ସାଂସଦ ବାକି ରହିଛନ୍ତି। ଏହି ପଦକ୍ଷେପ ଆଗାମୀ ଦିନରେ ସଂସଦୀୟ କାର୍ଯ୍ୟଧାରା ଏବଂ ଭୋଟ୍ ସମୀକରଣକୁ ବଦଳାଇ ଦେବା ସହିତ ଆପର ଆଭ୍ୟନ୍ତରୀଣ ସଂଗଠନ ଓ ଆଦର୍ଶଗତ ଅବକ୍ଷୟକୁ ମଧ୍ୟ ପଦାରେ ପକାଇଛି। ଦୁର୍ନୀତି ବିରୋଧୀ ଆନ୍ଦୋଳନରୁ ଜନ୍ମ ନେଇଥିବା ଦଳର ଏଭଳି ବିଭାଜନ ଜାତୀୟ ରାଜନୀତିରେ ଏକ ନୂତନ ବିତର୍କର ସୂତ୍ରପାତ କରିଛି।

Odia News Headlines

Odia News Headlines

official webpage

Join WhatsApp

Join Now

Join Telegram

Join Now

Leave a Comment