---Advertisement---

ସାଂସଦଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ଆପ୍‌ର ଆବେଦନ

April 26, 2026 8:29 PM

ସାଂସଦଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ଆପ୍‌ର ଆବେଦନ

ନୂଆଦିଲ୍ଲୀ: ଦଳ ଛାଡ଼ିଥିବା ୭ ରାଜ୍ୟସଭା ସାଂସଦଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ଆମ୍‌ ଆଦମୀ ପାର୍ଟି (ଆପ୍‌) ପକ୍ଷରୁ ରବିବାର ବିଧିବଦ୍ଧ ଭାବେ ଆବେଦନ କରାଯାଇଛି। ଆପ୍‌ ପକ୍ଷରୁ ରାଜ୍ୟସଭା ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣନଙ୍କ ନିକଟରେ ଆବେଦନ ଦାଖଲ କରାଯାଇଛି। ଏହି ୭ ସାଂସଦ ନିକଟରେ ଆପ୍‌ ଛାଡ଼ି ବିଜେପିରେ ମିଶିଥିଲେ। ଆପ୍‌ର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ, ଏହି ୭ ସାଂସଦଙ୍କ ଦଳ ଛାଡ଼ିବା ଦଳବଦଳ ବିରୋଧୀ ଆଇନର ସ୍ପଷ୍ଟ ଉଲ୍ଲଂଘନ।

ଶୁକ୍ରବାର ଆପ୍‌ ରାଜ୍ୟସଭା ସାଂସଦ ରାଘବ ଚଢ଼ା, ଅଶୋକ ମିତ୍ତଲ, ସନ୍ଦୀପ ପାଠକ, ହରଭଜନ ସିଂହ, ରାଜେନ୍ଦ୍ର ଗୁପ୍ତା, ବିକ୍ରମ ସାହନୀ ଓ ସ୍ବାତୀ ମାଲିୱାଲ ଦଳ ଛାଡ଼ି ବିଜେପିରେ ମିଶିଥିଲେ। ସିଂହ ଦାବି କରିଛନ୍ତି ଯେ, ଉତ୍ତରଖଣ୍ଡ ଓ ଅରୁଣାଚଳ ପ୍ରଦେଶରେ ଏପରି ମାମଲାରେ ଦଳ ବଦଳ ଯୋଗୁଁ ସଦସ୍ୟଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା। ସମ୍ବିଧାନର ଦଶମ ଅନୁସୂଚୀ ଏଥିପାଇଁ ଅନୁମତି ଦେଉନାହିଁ ବୋଲି ସେ କହିଥିଲେ। ଆବଶ୍ୟକ ହେଲେ ଆପ୍‌ କୋର୍ଟଙ୍କ ଦ୍ବାରସ୍ଥ ହେବ ବୋଲି ସିଂହ କହିଛନ୍ତି। ସେହିପରି ପଞ୍ଜାବର ଆପ୍‌ ବିଧାୟକ ବିଜେପି ଓ ରାଘବ ଚଢ଼ାଙ୍କ ସହିତ ଯୋଗାଯୋଗରେ ଥିବା ଦାବିକୁ ମଧ୍ୟ ସିଂହ ଖାରଜ କରିଛନ୍ତି।

ଆହୁରି ପଢ଼ନ୍ତୁ: ଆମ ଆଦମୀ ପାର୍ଟିର ବଢୁଥିବା ଶକ୍ତି ନେଇ କଂଗ୍ରେସ ଚିନ୍ତିତ

ଏସବୁ ଗୁଜବ ଓ ମିଥ୍ୟା ସୂଚନା। ରାଘବ ଚଢ଼ା ଏପରି ମିଥ୍ୟା ପ୍ରଚାର କରୁଛନ୍ତି ବୋଲି ସିଂହ କହିଛନ୍ତି। ଆପ୍‌ ସାଂସଦ ଦଳ ପ୍ରତି ବିଶ୍ବାସଘାତକତା କରିଥିବାରୁ ପଞ୍ଜାବର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ବୋଲି ସିଂହ କହିଛନ୍ତି।

Odia News Headlines

Odia News Headlines

official webpage

Join WhatsApp

Join Now

Join Telegram

Join Now

Leave a Comment