---Advertisement---

Tamil Nadu Politics: ଏଆଇଏଡିଏମ୍‌କେ ନେତା ଷଣମୁଗମ କହିଲେ- ଟିଭିକେକୁ ସମର୍ଥନ ଦେବାକୁ ପ୍ରସ୍ତୁତ

May 12, 2026 7:41 PM

Tamil Nadu Politics: ଏଆଇଏଡିଏମ୍‌କେ ନେତା ଷଣମୁଗମ କହିଲେ- ଟିଭିକେକୁ ସମର୍ଥନ ଦେବାକୁ ପ୍ରସ୍ତୁତ

‌ଚେନ୍ନାଇ: ତାମିଲନାଡ଼ୁ ବିଧାନସଭାରେ ଆସନ୍ତାକାଲି (ବୁଧବାର)  ଆସ୍ଥା ଭୋଟ୍‌ ଥିବାବେଳେ ମୁଖ୍ୟମନ୍ତ୍ରୀ ଏବଂ ଟିଭିକେ ସୁପ୍ରିମୋ ବିଜୟ ଆଜି ବିଦ୍ରୋହୀ ଏଆଇଏଡିଏମ୍‌କେ ନେତା ସିଭି ଷଣମୁଗମ ଏବଂ ଏସ୍‌ପି ଭେଲୁମଣିଙ୍କୁ ଭେଟିଛନ୍ତି। ବିଜୟ ଏବଂ ୨ ଏଆଇଏଡିଏମ୍‌କେ ବିଦ୍ରୋହୀ ନେତାଙ୍କ ମଧ୍ୟରେ ବୈଠକକୁ ଖୁବ୍‌ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି। କାରଣ ବିଦ୍ରୋହୀ ଗୋଷ୍ଠୀରେ ପାଖାପାଖି ୩୦ ବିଧାୟକ ଅଛନ୍ତି।

ଯେଉଁମାନେ କି ଆସନ୍ତାକାଲି ଆସ୍ଥା ଭୋଟ୍‌ରେ ବିଜୟଙ୍କୁ ସମର୍ଥନ ଦେଇପାରନ୍ତି। ମିଳିଥିବା ସୂଚନାନୁନଯାୟୀ ଆଜି ବିଧାନସଭା ଅଧିବେଶନ ହେବାପରେ ବିଜୟ ପ୍ରଥମେ ଟିଭିକେକୁ ସମର୍ଥନ ଦେଇଥିବା ବିଭିନ୍ନ ଦଳର ଅଫିସ୍‌କୁ ଯାଇଥିଲେ। ଅଧିବେଶନର କିଛି ଘଣ୍ଟାପରେ ବିଜୟଙ୍କୁ ଆଇୟୁଏମଏଲ (ଇଣ୍ଡିଆନ ୟୁନିଅନ ଅଫ ମୁସଲିମ ଲିଗ୍‌) ଅଫିସରେ ଦେଖିବାକୁ ମିଳିଥିଲା। ଏହାପରେ ସେ ଷଣମୁଗମ ଏବଂ ଭେଲୁମଣିଙ୍କୁ ଭେଟିବାକୁ ଯାଇଥିଲେ।

ଆହୁରି ପଢ଼ନ୍ତୁ: Tamil Nadu: ତାମିଲନାଡୁରେ ଟିଭିକେ ସରକାର ଆରମ୍ଭ: ୯ ଜଣିଆ କ୍ୟାବି‌ନେଟ୍ ସହିତ ଶପଥ ନେଲେ ବିଜୟ

ସ୍ଥାନୀୟ ପାର୍ଟି ଅଫିସରେ ବିଜୟ ଉଭୟ ଷଣମୁଗମ ଏବଂ ଭେଲୁମଣି ଏଆଇଏଡିଏମ୍‌କେ ନେତାମାନଙ୍କ ସହ ଉପସ୍ଥିତ ଥିଲେ। ବିଜୟ ତାଙ୍କ କାର୍‌ରୁ ବାହାରି ଆସିବାପରେ ନେତାମାନେ ତାଙ୍କୁ ଫୁଲତୋଡ଼ା ଦେଇ ସ୍ବାଗତ କରିଥିଲେ। ଷଣମୁଗମ ବିଜୟଙ୍କୁ ସମର୍ଥନ ଦେବାପାଇଁ ପ୍ରତିଶ୍ରୁତି ଦେଇଛନ୍ତି ଏବଂ ସେ ଟିଭିକେକୁ ସମର୍ଥନ ଦେବାକୁ ପ୍ରସ୍ତୁତ ବୋଲି କହିଛନ୍ତି। ଏହାପରେ ବିଜୟ ସେଠାରୁ କଂଗ୍ରସ ଅଫିସ୍‌ ଯାଇଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ ଯେ ତାମିଲନାଡ଼ୁ ବିଧାନସଭା ନିର୍ବାଚନ ପରେ ଏଆଇଏଡିଏମ୍‌କେ ସବୁଠାରୁ ବଡ଼ ରାଜନୈତିକ ସଙ୍କଟ ଦେଇ ଗତି କରୁଛି। ଷଣମୁଗମ ଏବଂ ଭେଲୁମଣି ବିଜୟଙ୍କ ଦଳ ଟିଭିକେକୁ ସମର୍ଥନ ଦେବା ପରଠାରୁ ଏଆଇଏଡିଏମ୍‌କେ ଦଳରେ ସଙ୍କଟ ଆରମ୍ଭ ହୋଇଛି। ଷଣମୁଗମଙ୍କ ନେତୃତ୍ବାଧୀନ ବିଦ୍ରୋହୀ ଗୋଷ୍ଠୀର ବିଧାୟକମାନେ ଇକେ ପଲାନିସ୍ବାମୀଙ୍କ ନେତୃତ୍ବକୁ ନେଇ ପ୍ରଶ୍ନ ଉଠାଇବା ସହ ତାଙ୍କ ଇସ୍ତଫା ଦାବି କରିଛନ୍ତି।

Odia News Headlines

Odia News Headlines

official webpage

Join WhatsApp

Join Now

Join Telegram

Join Now

Leave a Comment