---Advertisement---

BJD-BJP Clash ଭଦ୍ରକ ପୌରପରିଷଦରେ ବିଜେଡି-ବିଜେପି କଳି:  ବିଜେପି ନେତାଙ୍କ ଉଦ୍‌ଘାଟନ ପୂର୍ବରୁ ରିବିନ୍‌ କାଟିଲେ ବିଜେଡି ପୌରାଧ୍ୟକ୍ଷା

June 18, 2026 7:26 PM

BJD-BJP Clash ଭଦ୍ରକ ପୌରପରିଷଦରେ ବିଜେଡି-ବିଜେପି କଳି:  ବିଜେପି ନେତାଙ୍କ ଉଦ୍‌ଘାଟନ ପୂର୍ବରୁ ରିବିନ୍‌ କାଟିଲେ ବିଜେଡି ପୌରାଧ୍ୟକ୍ଷା

ଭଦ୍ରକ (ହରିହର ନାୟକ): ଦଳ ଚିହ୍ନ ଓ ସମର୍ଥନରେ ଜିତିଲେ ମଧ୍ୟ ସେମାନେ ଲୋକଙ୍କ ପ୍ରତିନିଧି ବୋଲାଇଥାନ୍ତି। ଦେଶ ଓ ଜାତିର ମଙ୍ଗଳ ପାଇଁ କାମ କରିବେ ବୋଲି ଶପଥ ନିଅନ୍ତି। କିନ୍ତୁ କ୍ଷମତା ପାଇବା ପରେ ଦଳ ପାଇଁ କାମ କରିଥାନ୍ତି। ରାଜନୈତିକ ବିଦ୍ବେଷକୁ ଅଗ୍ରାଧିକାର ଦେଇ ଲୋକଙ୍କ ଉନ୍ନୟନ କାର୍ଯ୍ୟକୁ ପଛରେ ପକାଇଦିଅନ୍ତି। ଭଦ୍ରକ ପୌର ପରିଷଦରେ ଏଭଳି କିଛି ଘଟଣା ଘଟିଛି । ଅଞ୍ଚଳରେ ଲକ୍ଷାଧିକ ଟଙ୍କାର ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ ନିମନ୍ତେ ଶାସକ ବିଜେପିର ବିଧାୟକ, ସାଂସଦ ଓ ମନ୍ତ୍ରୀ ଆସିବାକୁ ଥିବା ବେଳେ ପୂର୍ବରୁ ବିଜେଡି ନେତ୍ରୀ ତଥା ପୌର ପରିଷଦ ଅଧ୍ୟକ୍ଷା ଗୁଲମକ୍କି ଦଲୱାଜି ହବିବ୍‌ ସେହି ଫଳକୁ ଉଦ୍‌ଘାଟନ କରିଛନ୍ତି। ଏହାକୁ ନେଇ ଭଦ୍ରକରେ ରାଜନୈତିକ ଛକାପଞ୍ଝା ଆରମ୍ଭ ହୋଇଯାଇଛି। 

ସୂଚନାନୁସାରେ, ୩ ଟି ପ୍ରକଳ୍ପର ଉଦ୍‌ଘାଟନ ନିମନ୍ତେ ପ୍ରଶାସନ ପକ୍ଷରୁ  ଫଳକ ପ୍ରସ୍ତୁତ ହୋଇଥିଲା। ଫଳକରେ  ଅତିଥି ଭାବେ ମନ୍ତ୍ରୀ ସୂରଯ ସୂର୍ଯ୍ୟବଂଶୀ , ଭଦ୍ରକ ବିଧାୟକ ଶୀତାଂଶୁ  ଶେଖର ମହାପାତ୍ର, ସାଂସଦ  ଅଭିମନ୍ୟୁ ସେଠୀ ,  ରାଜ୍ୟସଭା ସାଂସଦ ମନମୋହନ ସାମଲ, ଜିଲ୍ଲାପାଳ ଦିଲୀପ ରାଉତରାୟ ଓ ଭଦ୍ରକ ପୌରଧ୍ୟକ୍ଷା ଗୁଲମକ୍କି, ଉପାଧ୍ୟକ୍ଷା ଆଞ୍ଜୁବାଳା ଜେନାଙ୍କ  ନାମ ରହିଥିଲା। ଅତିଥିମାନେ ଆସି ଫଳ ଉଦ୍‌ଘାଟନ କରିଥାନ୍ତେ। ପ୍ରଶାସନ ପକ୍ଷରୁ ଆଜି ଉଦ୍‌ଘାଟନ ନିମନ୍ତେ କାର୍ଯ୍ୟକ୍ରମ ଧାର୍ଯ୍ୟ ହୋଇଥିଲା। ତେବେ ଉଦ୍‌ଘାଟନ ପୂର୍ବରୁ ପୌରାଧ୍ୟକ୍ଷା ନିଜର ସମର୍ଥକ କାଉନ୍‌ସିଲ ଓ ରାଜନୈତିକ ସହଯୋଗୀଙ୍କୁ ‌ନେଇ ଫଳକଗୁଡ଼ିକର ଉଦ୍‌ଘାଟନ କରିଛନ୍ତି। 

ସୂଚନା ଅନୁଯାଇ ଭଦ୍ରକ ପୌରାପଳିକା ଅଧୀନରେ ମଠସାହି ସ୍ଥିତ ନୂଆ ବସଷ୍ଟାଣ୍ଡ ନିକଟରେ ପ୍ରାୟ ୮୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହୋଇଥିବା ଶ୍ମଶାନ, ୬୦  ଲକ୍ଷ ଟଙ୍କା ବ୍ୟୟ ଅଟକଳ ରେ ନିର୍ମାଣ ହୋଇଥିବା ଶୌଚାଳୟ ଏବଂ ୨୫  ଲକ୍ଷ ଟଙ୍କା ବ୍ୟୟ ରେ ଇଭି ଚାର୍ଜଙ୍ଗ ଷ୍ଟେସନ ଆଜି ଉଦଘାଟନ ହେବାର ଥିଲା। 

ଏନେଇ ଗୁଲମକ୍କି କହିଛନ୍ତି,  ପୌରପାଳିକା କାଉନସିଲ ସଦସ୍ୟ ତଥା ତାଙ୍କୁ ମଧ୍ୟ ଉଦ୍‌ଘାଟନ ବାବଦରେ ପୌରାଧିକାରୀ ତଥା ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀ କୌଣସି ସୂଚନା ଦେଇନଥିଲେ।  ଏନେଇ ଜିଲ୍ଲାପାଳଙ୍କୁ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନେଇନଥିଲେ।  ଏଣୁ ସେ ନିଜର କାଉନ୍‌ସିଲରଙ୍କ ସହ ଏଭଳି ପଦକ୍ଷେପ ନେଇଛନ୍ତି। 

କାଉନସିଲର  ଖଗେଶ୍ୱର ବାରିକ ପ୍ରତିକ୍ରିୟାରେ କହିଛନ୍ତି,  ତାଙ୍କ ୱାର୍ଡରେ ପ୍ରକଳ୍ପ ଉଦ୍‌ଘାଟନ ହେଉଛି, କିନ୍ତୁ ତାଙ୍କୁ ନିମନ୍ତ୍ରିତ କରାଯାଇନାହିଁ। 

ଏହି ଘଟଣାରେ ବିଜେପି ପକ୍ଷରୁ ତୀବ୍ର ବିରୋଧ କରାଯାଇଛି। ବିଜେପି କର୍ମୀ ଓ ନେତାମାନେ ଭଦ୍ରକ  ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବସି ପୌରାଧ୍ୟାକ୍ଷାଙ୍କ ବିରୋଧରେ ନାରାବାଜି କରିଥିଲେ। 

ଜିଲ୍ଲାପାଳଙ୍କ ସହ ସାଂସଦ ଅଭିମନ୍ୟୁ ସେଠୀ  ଓ  ବିଧାୟକ ଶୀତାଂଶୁ  ଶେଖର ମହାପାତ୍ର , ଏସ୍‌ପି ମନୋଜ ରାଉତ, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀ  ଅନେକ ସମୟ ଧରି ଆଲୋଚନା କରିଥିଲେ। ଏହି ଆଲୋଚନା  ପରେ  ବିଧାୟକ ଶ୍ରୀ ମହାପାତ୍ର ଗଣମାଧ୍ୟମକୁ  କହିଛନ୍ତି,  ରାଜନୈତିକ ମନ୍ଦ ଉଦେଶ୍ୟ ରଖି ଏପରି କରାଯାଇଛି।  ଯାହା ଆଜି ଭଦ୍ରକ ପାଇଁ କଳା ଦିବସ। ଉଲ୍ଲଂଘନକାରୀଙ୍କ ବିରୋଧରେ  ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ।

ସେହିପରି ଭଦ୍ରକ  ସାଂସଦ ଅଭିମନ୍ୟୁ ସେଠୀ  କହିଛନ୍ତି ଏ ସବୁ ରାଜନୈତିକ ଚକ୍ରାନ୍ତ। ସାମୂହିକ କାର୍ଯ୍ୟରେ  ଅହଂକାର ରଖିବା ଉଚିତ ନୁହଁ।  ସମୟ ଅଭାବରୁ ଫୋନରେ ନିମନ୍ତ୍ରଣ ଯାଇଛି । ଏଥିରେ ଉତ୍ତେଜିତ ହୋଇ ଏଭଳି କିଛି ବେଆଇନ କାର୍ଯ୍ୟ କରିବାର ନଥିଲା। 

Odia News Headlines

Odia News Headlines

official webpage

Join WhatsApp

Join Now

Join Telegram

Join Now

Leave a Comment