
୬ ଉପସଭାପତି, ୧୦ ସାଧାରଣ ସଂପାଦକ ଓ ୧୦ ସଂପାଦକ
ଭୁବନେଶ୍ବର: ଓଡ଼ିଶା ଜନତା କଂଗ୍ରେସ(ଓଜେସି) ପକ୍ଷରୁ ଆଜି (ଶୁକ୍ରବାର) ପ୍ରଥମ ରାଜ୍ୟ କମିଟି ଘୋଷଣା କରାଯାଇଛି। ଓଜେସି ସଭାପତି ମହମ୍ମଦ ମୋକିମଙ୍କ ଅନୁମୋଦନକ୍ରମେ ଓଜେସିର ଏକ ୨୬ ଜଣିଆ ରାଜ୍ୟ କମିଟି ଘୋଷଣା ହୋଇଛି। ଏହି କମିଟିରେ ୬ଜଣ ରାଜ୍ୟ ଉପସଭାପତି, ୧୦ଜଣ ସାଧାରଣ ସମ୍ପାଦକ ଓ ୧୦ ଜଣ ସମ୍ପାଦକ ଭାବେ ସ୍ଥାନ ପାଇଛନ୍ତି।
ଉପସଭାପତିଭାବେ ବଦ୍ରି ନାରାୟଣ ମହାନ୍ତି, ଗିରିବାଳା ବେହେରା, ନିକୁଞ୍ଜ ପଶାୟତ, ନଜିବୁର ରେହମାନ ଖାନ୍, ପ୍ରଦୀପ ପ୍ରଧାନ, ରଞ୍ଜିତା ରାଉତଙ୍କ ଭଳି ବରିଷ୍ଠ ନେତୃତ୍ବ ରହିଛନ୍ତି। ରାଜ୍ୟ ସାଧାରଣ ସମ୍ପାଦକ ତାଲିକାରେ ସୂର୍ଯ୍ୟକାନ୍ତ ରାଉତ, ସୁଜିତ ସ୍ବାଇଁ, ଶୁଭେନ୍ଦୁ ମଲ୍ଲିକ, ସୋମନାଥ ରାଉତ, ନରେଶ ମହାନ୍ତି, ଅନିତା ନାୟକ, ସଞ୍ଜୟ ରାୟ, ଲଳିତ ମୋହନ ପ୍ରଧାନ, ପ୍ରସନ୍ନ ବିଷୋୟୀ, ଦୀପକ କୁମାର ପରିଡ଼ା ରହିଛନ୍ତି।
ଏହାସହ ଭିନ୍ନ ଭିନ୍ନ ଜିଲ୍ଲା ନେତୃତ୍ବଙ୍କୁ ରାଜ୍ୟ ସମ୍ପାଦକ ଭାବେ ଦାୟିତ୍ବ ଦିଆଯାଇଛି। ଏଥିରେ ବୀରେନ୍ଦ୍ର ପ୍ରଧାନ, ତପନ ରାଉତରାୟ, ଦିଲୀପ ରାଉତ, ଅଖିଳ ମୋହନ ଦାସ, କୃଷ୍ଣାନନ୍ଦ ସାହୁ, ଆଦିତ୍ୟ ଗିରି, କାଳୀପ୍ରସାଦ ମଲ୍ଲିକ, ଅଂଶୁମାନ ଦାସ, ସୋନାଲି ମହାପାତ୍ର ଓ ବିକାଶ କୁମାର ବେହେରା ସ୍ଥାନ ପାଇଛନ୍ତି। ନୂତନ ପଦାଧିକାରୀଙ୍କୁ ଓଜେସି ସଭାପତି ମହମ୍ମଦ ମୋକିମ ଶୁଭେଚ୍ଛା ଜଣାଇବା ସହ ଦଳର ସଂଗଠନକୁ ମଜଭୁତ କରିବା ଦିଗରେ କାର୍ଯ୍ୟ କରିବେ ବୋଲି ଆଶାବ୍ୟକ୍ତ କରିଛନ୍ତି।