---Advertisement---

ଆଜି ଏନ୍‌ଡିଏ ସଂସଦୀୟ ଦଳ ବୈଠକ, ଉଦ୍‌ବୋଧନ ଦେବେ ପ୍ରଧାନମନ୍ତ୍ରୀ ଆଲୋଚନାରେ ଭାଗ ନେବେ ବିଜେପି ଯୁବ ନେତା

July 28, 2026 12:40 AM

ଆଜି ଏନ୍‌ଡିଏ ସଂସଦୀୟ ଦଳ ବୈଠକ, ଉଦ୍‌ବୋଧନ ଦେବେ ପ୍ରଧାନମନ୍ତ୍ରୀ ଆଲୋଚନାରେ ଭାଗ ନେବେ ବିଜେପି ଯୁବ ନେତା

ନୂଆଦିଲ୍ଲୀ: ନିଟ୍‌ ପ୍ରଶ୍ନପତ୍ର ପ୍ରଘଟ ଘଟଣାକୁ ବିରୋଧ କରି ସଂସଦରେ ମୌସୁମୀ ଅଧିବେଶନର ପ୍ରଥମ ସପ୍ତାହ ହୋହଲ୍ଲା ଓ ହଟ୍ଟଗୋଳ ମଧ୍ୟରେ ଧୋଇ ଯାଇଥିବାବେଳେ ଆଜି ସଂସଦରେ ମୌସୁମୀ ଅଧିବେଶନର ଷଷ୍ଠ ଦିବସ ଥିଲା। ତେବେ ଆଜି ମଧ୍ୟ ସଂସଦରେ କୌଣସି ଗୃହକାର୍ଯ୍ୟ ହୋଇପାରିନି।

ଆହୁରି ପଢନ୍ତୁ : Niladri Bije 2026: ନୀଳକନ୍ଦରକୁ ବାହୁଡ଼ିବେ ମହାପ୍ରଭୁ

ଛାତ୍ରଙ୍କ ଉପରେ ପୁଲିସ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଆଜି ବିରୋଧୀ ସାଂସଦମାନେ ଗୃହରେ ହୋହଲ୍ଲା କରିଥିଲେ। ପରୀକ୍ଷାରେ ସଂସ୍କାର ଆଣିବା ପାଇଁ ସରକାର ଆଣିଥିବା ନୂଆ ବିଲ୍‌ ଉପରେ ଆଲୋଚନା ଲାଗି ସମୟ ସ୍ଥିର କରାଯାଇଥିଲା। କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଆଜି ସାର୍ବଜନିକ ପରୀକ୍ଷା (ଅସାଧୁ ଉପାୟ ନିବାରଣ) ସଂଶୋଧନ ବିଲ୍‌, ୨୦୨୬ ଲୋକସଭାରେ ଆଗତ କରିଛନ୍ତି। କିନ୍ତୁ ବିଲ୍‌ ଉପରେ ଆଜି କୌଣସି ଆଲୋଚନା ହୋଇପାରିନି। ଆସନ୍ତାକାଲି ଏହି ବିଲ୍‌ ଉପରେ ଗୃହ‌ରେ ଆଲୋଚନା ପାଇଁ ବିରୋଧୀମାନେ ରାଜି ହୋଇଛନ୍ତି। ଅନ୍ୟପକ୍ଷେ ଆସନ୍ତାକାଲି ଏନ୍‌ଡିଏର ସାପ୍ତାହିକ ‘ମଙ୍ଗଳ ମିଳନ’ ବୈଠକ ଅଛି।

ଆହୁରି ପଢନ୍ତୁ : Packaged Food: ପ୍ୟାକେଟ୍‌ ଖାଦ୍ୟରେ ସାମ୍ନାପଟେ ଚିନି ପରିମାଣ ଉଲ୍ଲେଖ ବାଧ୍ୟତାମୂଳକ କରିବାକୁ ସଂସଦୀୟ କମିଟିର ସୁପାରିସ

 ପୂର୍ବାହ୍ଣ ୯ଟା ୩୦ ସମୟରେ ସଂସଦ ଲାଇବ୍ରେରି ବିଲ୍ଡିଂର ଜିଏମ୍‌ସି ବାଲଯୋଗୀ ଅଡିଟୋରିୟମରେ ଆସନ୍ତାକାଲି ସଂସଦୀୟ ଦଳ ବୈଠକ ଅଛି। ଏନ୍‌ଡିଏର କିଛି ଯୁବ ସାଂସଦ ଏହି ବିଲ୍‌ ଉପରେ ଆଲୋଚନାରେ ଭାଗ ‌ନେବେ। ବିଜେପି ସାଂସଦ ବାଂଶୁରୀ ସ୍ବରାଜ, ତେଜସ୍ବୀ ସୂର୍ଯ୍ୟଙ୍କ ସମେତ ଅନ୍ୟ ଯୁବ ନେତା ତଥା ଜେଡିୟୁର ଆଲୋକ କୁମାର ସୁମନ, ଟିଡିପିର ଲବୁ ଶ୍ରୀକ୍ରୀଷ୍ଣ ଦେବରାୟାଲୁ, ଶିବସେନାର ଶ୍ରୀକାନ୍ତ ସିନ୍ଦେ, ଏନ୍‌ସିପିର ସୁନୀଲ ତତ୍‌କରେ , ଆପ୍‌ନା ଦଳର ଅନୁପ୍ରିୟା ପଟେଲ, ଏଲ୍‌ଜେପି (ରାମ୍‌ ବିଳାସ)ର ଅରୁଣ ଭାରତୀ ବିଲ୍‌ ଉପରେ ଆଲୋଚନାରେ ଭାଗ ନେବେ ବୋଲି ଜଣାପଡ଼ିଛି।

ଆହୁରି ପଢନ୍ତୁ : Vijay: ବିଜୟଙ୍କୁ ଝଟ୍‌କା: କରୁର୍‌ ଦଳଚକଟା ପୀଡ଼ିତଙ୍କ ପରିବାର ପାଇଁ ସରକାରୀ ଚାକିରି ବାତିଲ କଲେ ହାଇକୋର୍ଟ

 ‘ଚଲୋ ସଂସଦ’ ଆନ୍ଦୋଳନ ଯାତ୍ରା ସମୟରେ ପୁଲିସ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି କଂଗ୍ରେସ ଗୃହମନ୍ତ୍ରୀ ଅମିତ ଶାହଙ୍କ ଇସ୍ତଫା ଦାବି କରି ବାରମ୍ବାର ଗୃହ କାର୍ଯ୍ୟ‌ରେ ବାଧା ସୃଷ୍ଟି କରୁଥିବାରୁ ଏଭଳି ସମୟରେ ଏନ୍‌ଡିଏ ମଙ୍ଗଳ ମିଳନ ବୈଠକକୁ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି। ଜୁଲାଇ ୨୧ ତାରିଖ ବୈଠକରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର ଛାତ୍ରମାନଙ୍କ ସହ ରହିଛନ୍ତି ଏବଂ ଦୋଷୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ।

Odia News Headlines

Odia News Headlines

official webpage

Join WhatsApp

Join Now

Join Telegram

Join Now

Leave a Comment