---Advertisement---

କଂଗ୍ରେସର ‘ମେଲୋନି’ ଟିପ୍ପଣୀ ଉପରେ ଏମ୍‌ଇଏର ଜବାବ ଭାରତ-ଇଟାଲି ସମ୍ପର୍କ ଦୃଢ଼, ଟିପ୍ପଣୀ ସମ୍ମାନଜନକ ହେବା ଉଚିତ

August 14, 2026 9:27 PM

କଂଗ୍ରେସର ‘ମେଲୋନି’ ଟିପ୍ପଣୀ ଉପରେ ଏମ୍‌ଇଏର ଜବାବ ଭାରତ-ଇଟାଲି ସମ୍ପର୍କ ଦୃଢ଼, ଟିପ୍ପଣୀ ସମ୍ମାନଜନକ ହେବା ଉଚିତ

ନୂଆଦିଲ୍ଲୀ: ବିଦେଶ ନୀତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମାଲୋଚନା ଏବଂ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କୁ ନେଇ କଂଗ୍ରେସ ନେତାଙ୍କ ଟିପ୍ପଣୀ ପରେ ରାଜନୈତିକ ବିବାଦ ତୀବ୍ର ହୋଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ସନ୍ଦୀପ ଦୀକ୍ଷିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଦେଶ ନୀତିକୁ ସମାଲୋଚନା କରିବା ସମୟରେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ନାମ ଉଲ୍ଲେଖ କରି କଟାକ୍ଷ କରିବାରୁ ବିଦେଶ ବ୍ୟାପାର ମନ୍ତ୍ରାଳୟ ଶୁକ୍ରବାର ଏହାର ଜବାବ ରଖିଛି । 

ଆହୁରି ପଢନ୍ତୁ :Russia : ଜୁଲାଇରେ ରୁଷ୍‌ରୁ ଆସିଛି ୫୦.୮୩% ତେଲ

ଏମ୍‌ଇଏ କହିଛି ଯେ କୂଟନୈତିକ ଆଲୋଚନାରେ ପରସ୍ପର ପ୍ରତି ସମ୍ମାନ ରହିବା ଆବଶ୍ୟକ। ଏମ୍‌ଇଏ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ଗତ କିଛି ବର୍ଷ ମଧ୍ୟରେ ଭାରତ-ଇଟାଲୀ ସମ୍ପର୍କ ପ୍ରତିଟି କ୍ଷେତ୍ରରେ ବିସ୍ତାରିତ ଓ ଅଧିକ ଦୃଢ଼ ହୋଇଛି। ତେଣୁ ଉଭୟ ଦେଶ ପରସ୍ପର ପ୍ରତି ସମ୍ମାନ ଓ ବୁଝାମଣା ବଜାୟ ରଖିବା ଜରୁରୀ । ନୂଆଦିଲ୍ଲୀରେ ଆୟୋଜିତ କଂଗ୍ରେସ ଜାତୀୟ ସମ୍ମିଳନୀରେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଦେଶ ନୀତି ଉପରେ ବ୍ୟଙ୍ଗ କରିଥିଲେ। ସେ କହିଥିଲେ ଯେ ବିଦେଶ ନୀତିର ଅର୍ଥ ବିଦେଶୀ ନେତାମାନଙ୍କୁ ‘ଆଲିଙ୍ଗନ କରିବା’ ଧାରଣା କେଉଁଠାରୁ ଆସିଲା, ତାହା ସେ ବୁଝିପାରୁନାହାନ୍ତି।

ଆହୁରି ପଢନ୍ତୁ :drowning incident ରାଇରଙ୍ଗପୁରରେ ପାଣିରେ ବୁଡ଼ି ଯୁବକ ମୃତ, ନଦୀରେ ଭାସି ଆଉ ଜଣେ ନିଖୋଜ

ନିଜ କଥା ବୁଝାଇବା ପାଇଁ ସେ ମଞ୍ଚ ଉପରେ କଂଗ୍ରେସ ନେତା ସନ୍ଦୀପ ଦୀକ୍ଷିତଙ୍କୁ ଆଲିଙ୍ଗନ କରିଥିଲେ। ଏହାପରେ ଦୀକ୍ଷିତ ମଜାକିଆ ଢଙ୍ଗରେ ରାହୁଲଙ୍କୁ ପଚାରିଥିଲେ, ‘ଗୋଟିଏ କଥା ପଚାରିପାରିବି। ମେଲୋନି ବୋଲି ଭାବି ଧରିନଥିଲେ ତ। ରାହୁଲ ଗାନ୍ଧୀ ଏହାର ଉତ୍ତରରେ କହିଥିଲେ ମୁଁ ଏପର୍ଯ୍ୟନ୍ତ ସେଠାରେ ପହଞ୍ଚିପାରିନାହିଁ। ତେବେ ଏହି ଟିପ୍ପଣୀ ଇଟାଲୀ ପ୍ରଧାନମନ୍ତ୍ରୀ ମେଲୋନିଙ୍କୁ ନେଇ ଥିଲା, ଯିଏ ଭାରତ ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଘନିଷ୍ଠ କୂଟନୈତିକ ସମ୍ପର୍କ ରଖିଆସିଛନ୍ତି। ତେବେ ଜୟସ୍ୱାଲ ସିଧାସଳଖ ରାଜନୈତିକ ବିବାଦ ଉପରେ ମନ୍ତବ୍ୟ ନକରି ଭାରତ-ଇଟାଲୀ ସମ୍ପର୍କର ବ୍ୟାପକ ଗୁରୁତ୍ୱ ଉପରେ ଜୋର ଦେଇଥିଲେ। ସେ କହିଥିଲେ ଯେ ଦୁଇ ଦେଶର ସମ୍ପର୍କ ଗତ କିଛି ବର୍ଷରେ ଅଧିକ ମଜବୁତ ହୋଇଛି ଏବଂ ଭାରତ ଏହି ସମ୍ପର୍କକୁ ଆହୁରି ସୁଦୃଢ଼ କରିବାକୁ ଚାହୁଁଛି।

Odia News Headlines

Odia News Headlines

official webpage

Join WhatsApp

Join Now

Join Telegram

Join Now

Leave a Comment