---Advertisement---

ଧାରଣାରେ ବସିଲେ ରାହୁଲ

August 21, 2026 2:53 PM

ଧାରଣାରେ ବସିଲେ ରାହୁଲ

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଦିଲ୍ଲୀ ପେଲେଟ ଗନ୍‌ ପୀଡ଼ିତଙ୍କ ଏତଲା ରୁଜୁ କରା ନଯିବା ପ୍ରତିବାଦରେ ପାର୍ଲାମେଣ୍ଟ ଷ୍ଟ୍ରିଟ୍ ପୁଲିସ ଷ୍ଟେସନ ବାହାରେ ଧାରଣାରେ ବସିଛନ୍ତି।ରାଜନୀତି | ଦେଶ- ବିଦେଶ ରାହୁଲ ଗାନ୍ଧୀ ଶୁକ୍ରବାର ସାହିଲଙ୍କୁ ସାଙ୍ଗରେ ନେଇ ପାର୍ଲାମେଣ୍ଟ ଷ୍ଟ୍ରିଟ୍ ପୁଲିସ ଷ୍ଟେସନକୁ ଯାଇ ଏତଲା ରୁଜୁ କରିବାକୁ ଦାବି କରିଥିଲେ। କିନ୍ତୁ ଏତଲା ପଞ୍ଜୀକୃତ ନ ହେବାରୁ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପୁଲିସ ଷ୍ଟେସନ ବାହାରେ ଧାରଣାରେ ବସିଥିଲେ।

ତଦନ୍ତ ସମ୍ପର୍କରେ ସୂଚନା ମାଗିଥିଲେ

ସଂସଦର ମୌସୁମୀ ଅଧିବେଶନରେ ରାହୁଲ ଗାନ୍ଧୀ ଗୃହରେ ପେଲେଟ୍ ଗନ୍ ବ୍ୟବହାର ପ୍ରସଙ୍ଗ ଉଠାଇଥିଲେ ଓ ଗୃହମନ୍ତ୍ରୀ ଅମିତ ଶାହଙ୍କଠାରୁ ଉତ୍ତର ମାଗିଥିଲେ। ତେବେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ କହିଥିଲେ ଯେ, ପୁଲିସ ଗୁଳି ଚଳାଇ ନଥିଲା। ନିଟ୍‌ ପ୍ରଶ୍ନପତ୍ର ଲିକ୍ ବିରୋଧରେ ସିଜେପି ଯନ୍ତରମନ୍ତରଠାରେ ଜୁନ୍ ୨୦ ତାରିଖ ଆ‌ନ୍ଦୋଳନ ଆରମ୍ଭ କରିଥିଲା। ଏହି ଆନ୍ଦୋଳନ ସମୟରେ ସୋନମ୍ ୱାଙ୍ଗଚୁକ୍ ଅନଶନ କରିଥିଲେ। ଜୁଲାଇ ୨୦ ତାରିଖରେ ସଂସଦ ପଦଯାତ୍ରା ସମୟରେ ପୁଲିସ ଓ ପ୍ରଦର୍ଶନକାରୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ତତ୍‌କାଳୀନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ଜୁଲାଇ ୨୫ ତାରିଖରେ ପ୍ରତିବାଦ ଶେଷ ହୋଇଥିଲା। ଟିଏମସି ନେତା ସାକେତ ଗୋଖଲେଙ୍କ ଦ୍ୱାରା ଦାଖଲ କରାଯାଇଥିବା ଏକ ଆରଟିଆଇ ଆବେଦନରୁ ଜଣାପଡିଛି ଯେ, ଜୁଲାଇ ୨୦ତାରିଖରେ ସଂସଦକୁ ପଦଯାତ୍ରା ବେଳେ ଅତି କମ୍‌ରେ ୧୦ ଜଣ ଲୋକ ପେଲେଟ୍ ଗନ୍‌ ଗୁଳିରେ ଆଘାତ ପାଇଛନ୍ତି। ରାହୁଲ ଗାନ୍ଧୀ ଆଜି ପ୍ରଥମେ ପୀଡିତଙ୍କ ସହିତ କନଟ୍ ପ୍ଲେସ୍ ପୁଲିସ ଷ୍ଟେସନରେ ପହଞ୍ଚିଲେ। ପରେ ତାଙ୍କୁ ସୂଚନା ଦିଆଯାଇଥିଲା ଯେ, ଦିଲ୍ଲୀ ଡିସିପି ସଚିନ ଶର୍ମା ପାର୍ଲାମେଣ୍ଟ ଷ୍ଟ୍ରିଟ୍ ପୁଲିସ ଷ୍ଟେସନରେ ଅଛନ୍ତି। ତା’ପରେ ଗାନ୍ଧୀ ସେଠାକୁ ଯାଇ ତଦନ୍ତ ସମ୍ପର୍କରେ ସୂଚନା ମାଗିଥିଲେ।

RBI: ରିଜର୍ଭ ବ୍ୟାଙ୍କ ବୋର୍ଡରେ ମହିନ୍ଦ୍ରା, ସୋମନାଥଙ୍କୁ ନିଯୁକ୍ତି

Odia News Headlines

Odia News Headlines

official webpage

Join WhatsApp

Join Now

Join Telegram

Join Now

Leave a Comment